Odisha Link
Bridging the Missing Links in Odisha

ରାସ୍ତା ନିର୍ମାଣ ନେଇ ମନ୍ତ୍ରୀଙ୍କ ଚେତାବନୀ, ଖୁବ୍‌ଶୀଘ୍ର ଆସିବ ମାର୍ଗଦର୍ଶିକା

ଓଏଲ୍‌ ବ୍ୟୁରୋ: ରାସ୍ତା ନିର୍ମାଣ ପାଇଁ କିଛି ଦିନ ହେବ ରୋଡ୍ ଜାମ ଭଳି ସମସ୍ୟା ଦେଖା ଦେଉଛି। ଯାହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମନଇଚ୍ଛା ରାସ୍ତା ଖୋଳିପାରିବେନି ନିର୍ମାଣକାରୀ ସଂସ୍ଥା। ରାସ୍ତା ଖନନ ନେଇ ଖୁବଶୀଘ୍ର ନିର୍ମାଣ ମାର୍ଗଦର୍ଶିକା ଆସିବ। ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ମେଟ୍ରୋ ପାଇଁ ଅନେକ ସ୍ଥାନରେ ରାସ୍ତା ଖୋଳା ହୋଇଛି। ଅନ୍ୟ ବିଭାଗକୁ ଖବର ନଦିଆଯାଇ ରାସ୍ତା ଖୋଳାଯାଇଛି। ଯେଉଁଥିପାଇଁ ପାଇପ ଫାଟିବା, ରୋଡ୍ ଜାମ ଭଳି ସମସ୍ୟା ହେଉଛି। ତେଣୁ ଖୁବ୍‌ଶୀଘ୍ର ମାର୍ଗଦର୍ଶିକା ଆସିବ।

Leave A Reply

Your email address will not be published.