Odisha Link
Bridging the Missing Links in Odisha

ଆଜି ଧନତେରସ, ଆକାଶଛୁଆଁ ସୁନା ଦର

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ। ଏହା ଧନ ତ୍ରୋୟୋଦଶୀ ନାମରେ ମଧ୍ୟ ଜଣାଶୁଣା। ଏହି ଦିନ ପ୍ରଦୋଷ ଉପବାସ ମଧ୍ୟ ପାଳନ କରାଯାଏ, ଯେଉଁଥିରେ ସନ୍ଧ୍ୟାରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଚଳିତ ବର୍ଷ ଧନତେରସ ଦିନ ତ୍ରିପୁଷ୍କର ଯୋଗ ଗଠିତ ହେଉଛି। ଏହି ଯୋଗରେ ଆପଣ ଯାହା ବି କରିବେ, ତାହାର ତିନି ଗୁଣ ଫଳାଫଳ ପାଇବେ ବୋଲି କୁହାଯାଏ।

ଧନତେରସ ଦିନ ସୁନା ଗହଣା ଆଦି କିଣିବାର ପ୍ରଥା ରହିଛି। ସେଥିପାଇଁ ଗହଣା ଦୋକାନରେ ଆଜି ଦେଖିବାକୁ ମିଳିବ ପ୍ରବଳ ଭିଡ଼। ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ସୁନା ବ୍ୟବସାୟୀମାନେ ନୂଆ ଡ଼ିଜାଇନ୍ ସହିତ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି। ତଥାପି ଆଜି ଧନତେରସରେ ସୁନା ଦର ଆକାଶଛୁଆଁ ହୋଇଛି।

ଦିଲ୍ଲୀ, ନୋଏଡା, ଗାଜିଆବାଦ, ଲକ୍ଷ୍ନୋ ଓ ଜୟପୁର ସମେତ ଉତ୍ତର ଭାରତର ପ୍ରମୁଖ ସହରଗୁଡିକରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୮୦,୩୦୦ ଟଙ୍କା । ଏଥି ସହିତ ୨୨ କ୍ୟାରେଟ ସୁନା ରେଟ ୭୩, ୪୦୦ ଟଙ୍କା ସ୍ତରରେ ରହିଛି। ରୂପା ରେଟ ୯୭,୯୦୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୭୩,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୮୦,୨୯୦ ଟଙ୍କା ହୋଇଛି। ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା।

Leave A Reply

Your email address will not be published.