ପିଏମ୍ ଆବାସ ନିର୍ମାଣରେ ବିଳମ୍ବ, ୮୪୩ ଅଫିସରଙ୍କ ଦରମା ବନ୍ଦ
ଓଏଲ୍ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି। ଆୟତନରେ ବଡ଼ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ପଛରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି ଜିଲ୍ଲାପାଳ କଠୋର ପଦକ୍ଷେପ ନେଇଛନ୍ତି।
ଜଣେ ଅଧେ ନୁହେଁ ବରଂ ଏକାଥରେ ୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ପ୍ରତି ବ୍ଲକକୁ ଚିଠି କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ। ଅକ୍ଟୋବର ମାସରୁ ଦରମା ବନ୍ଦ ପାଇଁ ବଡଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ନିର୍ମାଣ କାର୍ଯ୍ୟରେ ଥିବା ୧୦୧୬ ଜଣ ଅଧିକାରୀଙ୍କ ମଧ୍ୟରୁ ୮୪୩ ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିବାରୁ ଦରମା ବନ୍ଦ ରଖାଯାଇଛି। କାର୍ଯ୍ୟ ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ।