Odisha Link
Bridging the Missing Links in Odisha

କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗ: ଆବେଦନ ସମୟସୀମା ବୃଦ୍ଧି କଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ ୬ ବର୍ଷ ପରେ କନେଷ୍ଟବଳ/ସିପାହୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିବାଦ ଦେଖା ଦେଇଥିଲା। ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନେଷ୍ଟବଳ/ସିପାହୀ ଆବେଦନ ପାଇଁ ଆଜି ଶେଷ ତାରିଖ ରହିଥିଲା। ଆଜି ଥିବା ଶେଷ ତାରିଖକୁ ବୃଦ୍ଧି କଲେ ହାଇକୋର୍ଟ। ନଭେମ୍ବର ୧୫ ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି। ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀ ଅପିଲ୍‌ କରିଛନ୍ତି। ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଦିନ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.