ଧସିଲା ମାଟି: ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
ଓଏଲ୍ ବ୍ୟୁରୋ: ଯାଜପୁରରେ ମାଟି ଅତଡ଼ା ଧସି ବଡ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ଝିଅର ଜୀବନ ଚାଲିଯାଇଛି। କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଘଟଣା ଘଟିଛି। ରେଙ୍ଗାଳି କେନାଲ ମାଟି ଅତଡ଼ାରେ ଚାପି ହୋଇ ଝିଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ବାପାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୌଚ ହେବାକୁ ଯାଇଥିବା ବେଳେ ମାଟି ଅତଡ଼ା ଧସିଥିବା ସୂଚନା ରହିଛି।