Odisha Link
Bridging the Missing Links in Odisha

ବାର୍‌ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ

ଓଏଲ୍‌ ବ୍ୟୁରୋ: ବାର୍‌ ଡ୍ୟାନ୍ସ ନିଷିଦ୍ଧ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ଆଜି ଚେତାବନୀ ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯେଉଁ ଡ୍ୟାନ୍ସ ବାର୍‌ ମାଲିକ ଗାଇଡଲାଇନ୍‌ ଉଲ୍ଲଂଘନ କରିବେ ତାଙ୍କର ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ସେ ଆହୁରି କହିଛନ୍ତି, ଅବକାରୀ ବିଭା ବାରରେ ସଂଗୀତ ଛଡ଼ା ଡ୍ୟାନ୍ସକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି। ଅବକାରୀ ବିଭାଗ ଏକ ଗାଇଡଲାଇନ୍‌ ମଧ୍ୟ ପୂର୍ବରୁ ଜାରି କରିସାରିଛି। ଗାଇଡ୍‌ଲାଇନ୍ ଉଲ୍ଲଂଘନ କଲେ ସରକାର ଲାଇସେନ୍ସ ରଦ୍ଦ କରିବେ। ମ୍ୟୁଜିକ୍ ଡେସିବେଲ ଧାର୍ଯ୍ୟ ମାନଦଣ୍ଡ ଉଲ୍ଲଂଘନ କଲେ ଆକ୍ସନ ହେବ। ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କରିବାକୁ ଦିଆଯିବନି ବୋଲି କହିଛନ୍ତି ଆଇନ୍‌ ମନ୍ତ୍ରୀ।

Leave A Reply

Your email address will not be published.