ଲଣ୍ଡନରେ ଦୀପାବଳି ପାଳିଲେ ପ୍ରବାସୀ ଭାରତୀୟ, ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ
ଓଏଲ୍ ବ୍ୟୁରୋ: ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ମହକ। ଲଣ୍ଡନରେ ଦେଖିବାକୁ ମିଳିଛି ଆଲୋକର ପର୍ବ ଦୀପାବଳିର ମାହୋଲ। ନାଚ ଗୀତରେ ଝୁମିଛନ୍ତି ପ୍ରବାସୀ ଭାରତୀୟ। ବହୁ ସଂଖ୍ୟାରେ ଭାରତୀୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୀପାବଳି ପାଳନ କରିଛନ୍ତି। ପ୍ରବାସୀ ଓଡିଆଙ୍କ ପକ୍ଷରୁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଲଣ୍ଡନର ଟ୍ରାଫାଲଗର ସ୍କୋୟାରରେ ଏହି ଉତ୍ସବ ବେଶ ଧୁମଧାମରେ ପାଳନ କରାଯାଇଥିଲା। ଟିମ୍ ଫ୍ୟୁଜନତାଲ ପାରମ୍ପରିକ ନୃତ୍ୟ ପରିବେଶଣ କରିଥିଲେ। ସମ୍ବଲପୁରୀ, ବିହୁ, ବେଙ୍ଗଲି ଡ୍ୟାନ୍ସ ଦେଖିବାକୁ ମିଳିଥିଲା ଏହି ଉତ୍ସବରେ। ରଙ୍ଗବତୀ ଗୀତର ଝଲକ ମଧ୍ୟ ଏହି ଉତ୍ସବରେ ଦେଖିବାକୁ ମିଳିଥିଲେ। ନାଚ ଗୀତରେ ଲୋକ ଝୁମିବା ସହ ସେଲଫି ନେଇ ମଜା ଉଠାଇଥିଲେ। ହଜାର ହଜାର ଲୋକ ଏହି ଉତ୍ସବରେ ଯୋଗଦେଇ ମଜା ନେଇଥିଲେ। ଅନେକ କଳାକାର ମଧ୍ୟ ଏଥିରେ ସାମିଲ ହୋଇଥିଲେ।