Odisha Link
Bridging the Missing Links in Odisha

‘୪୮ ଘଣ୍ଟାରେ ଦିଆଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା’

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିଛି। ରାଜ୍ୟର ୩ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ୬୦୦ କୋଟି କ୍ଷତି ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଦିନେ ବା ଦୁଇ ଦିନରେ ବାତ୍ୟା କ୍ଷୟକ୍ଷତି ଟଙ୍କା ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଟଙ୍କା ଦିଆଯିବ। ତା’ପରେ ବ୍ଲକରେ ଜିଲ୍ଲାପାଳ ଟଙ୍କା ଆବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କ୍ଷୟକ୍ଷତି ଟଙ୍କା ଦିଆଯିବ। ମୋଟ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି। ୮୨ କୋଟି ୯୨ ଲକ୍ଷ ୮୨ ହଜାର ଟଙ୍କାର ଫସଲ ନଷ୍ଟ ହୋଇଛି। ୨୧ କୋଟି ୩୨ ହଜାର ଟଙ୍କାର ଘର କ୍ଷତି ହୋଇଛି। ବିଭିନ୍ନ ବିଭାଗର ୫୧୨ କୋଟି ୨୬ ଲକ୍ଷ ୧୬ ହଜାର ନଷ୍ଟ। ଆନୁସାଙ୍ଗିକ ଖର୍ଚ୍ଚ ୨୩ କୋଟି ୭୩ଲକ୍ଷ ୭୬ ହଜାର ସ୍ଥିର ହୋଇଛି।

Leave A Reply

Your email address will not be published.