Odisha Link
Bridging the Missing Links in Odisha

ଆର.ଆଇ ପରୀକ୍ଷା ବାତିଲ ଦାବିରେ ଆଶାୟୀଙ୍କ ମହାସଂଗ୍ରାମ

୭ଦିନ ମଧ୍ୟରେ ତଦନ୍ତ ହୋଇ ନିଷ୍ପତ୍ତି ନିଆଯିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଓଏଲ୍‌ ବ୍ୟୁରୋ: ଓଏସଏସଏସସିର ଆର.ଆଇ, ପରୀକ୍ଷାରେ ବ୍ୟାପକ ଅନୀୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ବିରୋଧରେ ବନ୍ଦ ହେଉନି ଆନ୍ଦୋଳନ। ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ନେତୃତ୍ବରେ ହଜାର ହଜାର ମେଧାବୀ ଜାରି ରଖୁଛନ୍ତି ବିରୋଧ । ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାବି କରି ଲୋୟର ପି.ଏମ୍.ଜିରେ ଆଜି ମହାସଂଗ୍ରାମର ଡାକରା ଦେଇଥିଲା ସଂଗଠନ । ଶହ ଶହ ମେଧାବୀ ଧାରଣାରେ ବସି ଆର.ଆଇ. ପରୀକ୍ଷା ବାତିଲ ସହ ନିଯୁକ୍ତି ଦୁର୍ନୀତିର ତଦନ୍ତ କରି ନିଯୁକ୍ତି ବ୍ୟବସ୍ଥାରେ ସ୍ଵଚ୍ଛତା ଦାବି କରିଥିଲେ। ଦିନ ୧୦ଘଟିକା ଠାରୁ ଧାରଣା ଦେଇଥିବା ମେଧାବୀମାନେ ହଠାତ୍ ଦିନ ୨.୧୫ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ଉଦ୍ଦେଶ୍ୟରେ ବାସଭବନ ଆଡ଼କୁ ଅଗ୍ରସର ହୋଇଥିଲେ। ତତ୍‌କ୍ଷଣାତ ଲୋୟର ପି.ଏମ୍.ଜି ପୋଲିସ ଛାଉଣୀ ହୋଇଯିବା ସହ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲେ। ପୋଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ବିଗିଢ଼ିବା ଆଗରୁ ମୁଖ୍ୟ ଶାସନ ସଚିବ ଆଲୋଚନା ପାଇଁ ଡ଼ାକିଥିଲେ । ତତ୍‌ମଧ୍ୟରେ କିଛି ଛାତ୍ରଛାତ୍ରୀଙ୍କୁ ଅଟକ ରଖୁବା ଉଦ୍ଦେଶ୍ୟରେ ଉଠାଇ ନେଇଥୁଲା ପୋଲିସ।

ପୂର୍ବରୁ ସାରା ରାଜ୍ୟରେ ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ନେତୃତ୍ବରେ ଆର.ଆଇ ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ ହୋଇ ଆସୁଥିବାବେଳେ ନିଯୁକ୍ତି ଦୁର୍ନୀତି ବିରୋଧରେ ନିରବ ରହି ସରକାର କାହିଁକି ପ୍ରୋତ୍ସାହନ ଦେଉଛନ୍ତି ବୋଲି ସଂଗଠନର ଆବାହକ ବିଭୁତି ଭୂଷଣ ମହାପାତ୍ର ପ୍ରଶ୍ନ କରିଥିଲେ । ନିଯୁକ୍ତି ଦୁର୍ନୀତି ଓ ଚାକିରି ବିକ୍ରିରେ ପୂର୍ଣ୍ଣଛେଦ ପଡ଼ିବା ପର୍ଯ୍ୟନ୍ତ ରାଜ୍ୟରେ ଆନ୍ଦୋଳନ ଜାରି ରହିବ ବୋଲି ମହାପାତ୍ର କହିଥିଲେ।

ଶେଷରେ ସଂଗଠନର ୬ଜଣିଆ ପ୍ରତିନିଧ ମଣ୍ଡଳୀ ଡ଼ି.ସି.ପି ଭୁବନେଶ୍ୱରଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବାବେଳେ ୭ଦିନ ଭିତରେ ତଦନ୍ତ ହୋଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ଵର ବଳ, ତୋଫାନ ପରିଡ଼ା, ଶୁଭ୍ରଜିତ୍ ସାହୁ, ଗଗନ ରଥ, ମହମ୍ମଦ ସାଦିକ୍ ପ୍ରମୁଖ ନେତୃତ୍ବ ନେଇଥିଲେ।

Leave A Reply

Your email address will not be published.