ବାରବାଟୀ ଭାରତ-ଇଂଲଣ୍ଡ ଦିନିକିଆ: ଟିକେଟ ଦର କମିଲା, କେତେ କମିଲା ଜାଣନ୍ତୁ
ଓଏଲ୍ ବ୍ୟୁରୋ: ବଦଳିଲା ବାରବାଟୀ ଦିନିକିଆ ମୁକାବିଲା ଟିକେଟ ଦର। ନଭେମ୍ବର ୩ ତାରିଖରେ ବାରବାଟୀ ଦିନିକିଆ ପାଇଁ ଟିକେଟ ଦର ଘୋଷଣା କରିଥିଲା ଓସିଏ। ହେଲେ ୧୬ ଦିନ ପରେ ଟିକେଟ ଦର କମାଇଛି ଓଡ଼ିିଶା କ୍ରିକେଟ ଆସୋସିଏସନ୍। ୧୦୦ ଟଙ୍କା ଟିକେଟ ଦର ହ୍ରାସ କଲା ଓସିଏ। ଟିକେଟ ଦର ବୃଦ୍ଧିକୁ ନେଇ ସମାଲୋଚନାର ଶିକାର ହୋଇଥିଲା ଓସିଏ।
ଗ୍ୟାଲେରୀ ନମ୍ବର ୧,୩ ଓ ୬ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତାହା ଏବେ ୧୧୦୦ ଟଙ୍କା ହେଲା। ସେହିପରି ଗ୍ୟାଲେରୀ ୨,୪ ପାଇଁ ୧୦୦୦ ଟଙ୍କା ଟିକେଟ ଦର ଧାର୍ଯ୍ୟ ହୋଇଥିଲା। ତାହା ଏବେ ୯୦୦ ଟଙ୍କା ହୋଇଛି। ୫ ନମ୍ବର ଗ୍ୟାଲେରୀ ପାଇଁ ୧୫୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ତାହା ଏବେ ୧୨୦୦ ଟଙ୍କା ହୋଇଛି।
ସେହିପରି ୭ ନମ୍ବର ଗ୍ୟାଲେରୀର ଟିକେଟ ଦର ୮୦୦ ଥିଲା। ତାହା ଏବେ ୭୦୦ ହୋଇଛି। ସେହିପରି ସ୍ପେଶାଲ ଏନ୍କ୍ଲୋଜର ଥିଲା ୭ ହଜାର ତାହା ଏବେ ୬ ହଜାର। ଏସି ଗ୍ୟାଲେରୀ ବକ୍ସ ଟିକେଟ ଦର ୯ ହଜାର ଟଙ୍କା ଥିଲା ତାହା ଏବେ ୮ ହଜାର ଟଙ୍କା। ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି ବୋଲି ଓସିଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି।