Odisha Link
Bridging the Missing Links in Odisha

ଖୋଲିଲା ଧାନମଣ୍ଡି: ମନ୍ତ୍ରୀ କହିଲେ-କଥା ରଖିଲେ ସରକାର…

ଓଏଲ୍‌ ବ୍ୟୁରୋ: ଆଜିଠୁ ଖୋଲିଲା ଧାନମଣ୍ଡି। ଖରିଫ୍ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲିଲା। ବିଧିବଦ୍ଧ ଭାବେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧାନମଣ୍ଡି ଶୁଭାରମ୍ଭ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଖରିଫ୍‌ ଧାନ କିଣା ଶୁଭାରମ୍ଭ ପରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, କଥା ଦେଇଥିଲୁ, ଆମ ସରକାର କଥା ରଖିଲେ। ସୀମା ସିଲ୍‌ ହୋଇଛି, ସିସିଟିଭି ଲାଗିଛି, ପାଟ୍ରୋଲିଂ ହେଉଛି। ଆଜି ବରଗଡ଼ର ୩ଟି ମଣ୍ଡିରୁ, କାଲିଠୁ ଅନ୍ୟ ସ୍ଥାନରୁ ଆରମ୍ଭ ହେବ। ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ସମବାୟ ମନ୍ତ୍ରୀ କହିଛନ୍ତି, ଆଜିଠୁ ଆରମ୍ଭ ଧାନ କିଣା ହେଉଛି। ବାହାର ରାଜ୍ୟ ଚାଷୀ, ବ୍ୟବସାୟୀଙ୍କ ଉପରେ ସରକାର ନଜର ରଖିଛି। ସୀମାରେ ପୁଲିସ ପାଟ୍ରୋଲିଂ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଯେପରି ଅନ୍ୟ ରାଜ୍ୟର ଚାଷୀ ଓଡ଼ିଶାର ଧାନ ବିକ୍ରି କରିବେ ନାହିଁ।ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ସରକାର। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅସୁବିଧା ସାମ୍ନାକୁ ଆସିନାହିଁ। ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମଣ୍ଡିରେ ଗ୍ରେନ ଆନାଲାଇଜର ଲଗାଯାଇଛି। ଧାନକୁ ବର୍ଷା ପାଣିରୁ ରକ୍ଷା ପାଇଁ ପଲିଥିନ ବ୍ୟବସ୍ଥା କରାଯାଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.