Odisha Link
Bridging the Missing Links in Odisha

ଆଜିଠୁ ସମ୍ବଲପୁରରେ ଖରିଫ ଧାନକିଣା, ବର୍ଦ୍ଧିତ ଏମ୍ଏସପି ସହ ଚାଷୀଙ୍କୁ ମିଳିବ ବୋନସ୍

ଓଏଲ୍‌ ବ୍ୟୁରୋ: ଖରିଫ୍ ଧାନ ମଣ୍ଡି ଖୋଲିଛନ୍ତି ରାଜ୍ୟ ସରକାର। ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜିଠୁ ସମ୍ବଲପୁରରେ ଖରିଫ ଧାନକିଣା ଆରମ୍ଭ ହେବ। ଚାଷୀଙ୍କୁ ଏମଏସପି ସହ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସହାୟତା ମିଳିବ।

ସୂଚନା ଅନୁସାରେ, ଗତ ୨୦ ତାରିଖରେ ବରଗଡ଼ରୁ ଆରମ୍ଭ ହୋଇଥିଲା ଧାନକିଣା। ବାହାର ରାଜ୍ୟ ଚାଷୀ, ବ୍ୟବସାୟୀଙ୍କ ଉପରେ ସରକାର ନଜର ରଖାଯାଇଥିଲା। ସୀମାରେ ପୁଲିସ ପାଟ୍ରୋଲିଂ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଯେପରି ଅନ୍ୟ ରାଜ୍ୟର ଚାଷୀ ଓଡ଼ିଶାର ଧାନ ବିକ୍ରି କରିବେ ନାହିଁ।

ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ସରକାର। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅସୁବିଧା ସାମ୍ନାକୁ ଆସିନାହିଁ। ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମଣ୍ଡିରେ ଗ୍ରେନ ଆନାଲାଇଜର ଲଗାଯାଇଛି। ଧାନକୁ ବର୍ଷା ପାଣିରୁ ରକ୍ଷା ପାଇଁ ପଲିଥିନ ବ୍ୟବସ୍ଥା କରାଯାଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.