୧୫୦ ରନ୍ରେ ଟିମ୍ ଇଣ୍ଡିଆ ଅଲଆଉଟ୍
ଓଏଲ୍ ବ୍ୟୁରୋ: ପର୍ଥରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ। ୧୫୦ ରନ୍ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ। ମାତ୍ର ୫୦ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇଛି ଭାରତ। ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ରନ୍ ସ୍କୋର ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ (୪୧) କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେଇଛନ୍ତି ଜୋଶ ହେଜଲଓ୍ବାଡ।
ଭାରତୀୟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ରୋହିତଙ୍କ ଅନୁପସ୍ଥିତିରେ ଯଶ୍ବସୀ ଜୟଶଓ୍ବାଲଙ୍କ ସହିତ ଇନିଂସ୍ ଓପନ କରିଥିଲେ କେଏଲ ରାହୁଲ। ହେଲେ ଦଳୀୟ ସ୍କୋର ୫ ରନ୍ ହୋଇଥିବା ବେଳେ ଭାରତକୁ ଲାଗିଥିଲା ପ୍ରଥମ ଝଟକା। ଜୟଶଓ୍ବାଲ ଶୂନ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ତାପରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ଖେଳାଳି ଦେବଦତ୍ତ ପାଡ଼ିକଲ ବି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ। ଯାହାଫଳରେ ଭାରତୀୟ ୧୪ ରନ୍ରେ ୨ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ପରେ ପରେ କ୍ରିଜ୍କୁ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ ହେଁ ବିଶେଷ କିଛି କରି ପାରିନଥିଲେ। ବିରାଟ ମାତ୍ର ୫ ରନ୍ ସ୍କୋର କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ ଋଷଭ ପନ୍ତ ରାହୁୁଲଙ୍କ ସହିତ ମିଶି ଦଳୀୟ ସ୍କୋର ଆଗକୁ ନେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଫର୍ମରେ ନଜର ଆସୁଥିବା ରାହୁଲ (୨୬ ରନ୍) ବିବାଦୀୟ ଢଙ୍ଗରେ ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ୪୭ ରନ୍ରେ ଭାରତୀୟ ଦଳ ୪ ଓ୍ବିକେଟ ହରାଇଥିଲା। ପରେ ଧ୍ରୁବ ଜୁରେଲ ବ୍ୟାଟିଂ କରିବାକୁ ଆସଥିଲେ। ମାତ୍ର ୧୧ ରନ୍ କରି ପ୍ୟାଭିଲଇଅନ୍ ଆସିଥିଲେ। ପରେ ଓ୍ବାଶିଂଟନ୍ ସୁନ୍ଦର ମାତ୍ର ୪ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ କ୍ରିଜରେ ପନ୍ତଙ୍କ ସାଥ ଦେବା ପାଇଁ ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ ଆସଥିଲେ।
ଦୁହେଁ ମିଶି ଦଳୀୟ ସ୍କୋର ୧୦୦ ପାର କରିଥିଲେ। ଦୁହେଁ ୪୮ ରନର ପାର୍ଟନରସିପ୍ ଇନିଂସ୍ ଖେଳିଥିଲେ। ଦଳୀୟ ସ୍କୋାର ୧୨୧ ରନ୍ ହୋଇଥିବା ବେଳେ ଋଷଭ ପନ୍ତଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ। ପରେ ପରେ ହର୍ଷିତ ରାଣା ଆଉଟ୍ ହୋଇଥିଲେ। ପରେ ଅଧିନାୟକ ବୁମରାହ ମଧ୍ୟ ପ୍ୟାଭିଲିଅନ୍ ଫେରିଥିଲେ। ନୀତିଶ କିଛି ଦମଦାର ସଟ୍ ଖେଳି ଭାରତୀୟ ଦଳର ସ୍କୋର ୧୫୦ରେ ପହଁଞ୍ଚାଇଥିଲେ। ୪୧ ରନ୍ କରି ନୀତିଶ ଆଉଟ ହେବା ଫଳରେ ଭାରତୀୟ ଦଳ ୧୫୦ ରନ୍ ସ୍କୋରରେ ଅଲଆଉଟ ହୋଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ମିଚେଏ ଷ୍ଟ୍ରାର୍କ, ମିଚେଲ ମାର୍ଶ ଓ ପ୍ୟାଟ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।