Odisha Link
Bridging the Missing Links in Odisha

ଗିରଫ ହେଲେ ବବିଙ୍କ ଭାଇ ଭବ ଦାସ

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ। ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ଯାଜପୁର ଟାଉନ ଥାନା ପୁଲିସ ଗିରଫ କରିଥିବା ସୂଚନା ରହିଛି।

ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ। ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜେଏମ୍‌ଙ୍କ ବାସଭବନକୁ ନେଇଛି ପୁଲିସ। କଡ଼ା ସୁରକ୍ଷାରେ ଭବ ପ୍ରସାଦ ଦାସଙ୍କୁ ଅଣାଯାଉଥିବା ବେଳେ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା ପାଇଁ ମୁଖ୍ୟ ଛକ ଗୁଡିକରେ ପୁଲିସ ମୁତୟନ ରହିଛି।

ମିଳିଥିବା ସୂଚନା ମୁତାବକ, ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ। ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.