Odisha Link
Bridging the Missing Links in Odisha

କମିଲା ଚାଷୀଙ୍କ ପଞ୍ଜୀକରଣ ସଂଖ୍ୟା, ଗୃହରେ ସୂଚନା ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଚାଷୀଙ୍କ ପଞ୍ଜୀକରଣ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ ସୂଚନା ଦେଇଛନ୍ତି। ୨୦୨୪-୨୦୨୫ରେ ଚାଷୀଙ୍କ ପଞ୍ଜୀକରଣ ସଂଖ୍ୟା କମିଛି।

ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ରେ ୧୭ ଲକ୍ଷ ୭୨ ହଜାର ୩୪୭ ଚାଷୀ ପଞ୍ଜୀକରଣ କରିଥିଲେ। ୨୦୨୪-୨୫ରେ ୧୭ ଲକ୍ଷ ୪୯ ହଜାର ୯୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଚାଷୀ ପଞ୍ଜୀକରଣଙ୍କ ସଂଖ୍ୟା କମିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଚାଷୀଙ୍କ ପଞ୍ଜିକରଣ କମିଛି। ଚାଷୀଙ୍କୁ ଏମଏସପି ସହ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସହାୟତା ଘୋଷଣା କରିଛନ୍ତି ସରକାର।

Leave A Reply

Your email address will not be published.