Odisha Link
Bridging the Missing Links in Odisha

‘୪୫ ଦିନ ଆଗରୁ ମିଳିବ ଚାଉଳ’

ଦୁର୍ଗମ ଅଞ୍ଚଳରେ ବଢାଯିବ ରାସନ କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଆଣିବା ପରେ ଗୃହରେ ଉଠିଥିଲା କନ୍ଧମାଳରେ ଆମ୍ବଟାକୁଆ ଜନିତ ମୃତ୍ୟୁ ପ୍ରସଙ୍ଗ ।
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଯାଉ ଖାଇ ୩ ଜଣଙ୍କ ଜୀବନ ଗଲା ତାହା ଅନାହାର ମୃତ୍ୟୁ ନୁହେଁ। ମୃତକଙ୍କ ଘରକୁ ଅଧିକାରୀମାନେ ଯାଇ ନିରୀକ୍ଷଣ କରିବା ପରେ ଜଣାପଡିଛି ଯେ, ସେମାନଙ୍କ ଘରେ ଯଥେଷ୍ଟ ପରିମାଣର ରାସନ ମହଜୁଦ ଥିଲା। ବିନା ଇ କେୱାଇସିରେ ସେମାନଙ୍କୁ ବି ରାସନ ଦିଆଯାଇଛି। ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ଯେ, ଖାଦ୍ୟ ବିଷକ୍ରିୟା ପାଇଁ ୩ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ବି ଦିଆଯାଇଛି।
ତେବେ ଏଭଳି ଅକାଳ ମୃତ୍ୟୁକୁ ରୋକିବାକୁ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ସରକାର କିଛି ପଦକ୍ଷେପ ନେଇଛନ୍ତି। ଏଣିକି ୪୫ ଦିନ ପୂର୍ବରୁ ହିତାଧିକାରୀମାନଙ୍କୁ ଚାଉଳ ମିଳିବ। ଦୁର୍ଗମ ଅଞ୍ଚଳରେ ରାସନ କେନ୍ଦ୍ର ବଢାଯିବ ଏବଂ ମାସେରୁ ୨ ମାସର ରାସନ ଏକାଥରେ ଦିଆଯିବ ବୋଲି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Leave A Reply

Your email address will not be published.