ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୌସେନା କମୋଡର ଦୀପକ ଅନିଲ
ଓଏଲ୍ ବ୍ୟୁରୋ: ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗ ବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭାଲ ଡେ ପାଳିତ ହେବ। ଏଥିରେ ନୌସେନାର ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତ୍ତାକର୍ଷକ ଏୟାର ସୋ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୌସେନା କମୋଡର ଦୀପକ ଅନିଲ।
ସୂଚନା ଅନୁସାରେ, ଡିସେମ୍ବର ୪ ତାରିଖରେ ଜଳ ଜାହାଜ ମାଧ୍ୟମରେ ଓ ଆକାଶ ମାର୍ଗରେ ଦୁଃସାହସିକ କୌଶଳ ପ୍ରଦର୍ଶନ କରାଯିବ। ସ୍ଥଳସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ମଧ୍ୟ ପୁରୀ ବେଳାଭୂମିରେ ପହଞ୍ଚିଛି। ବିଏମ୍ ପି ନାମକ ଏହି ଟ୍ୟାଙ୍କର ମଧ୍ୟ ପ୍ରଦର୍ଶନରେ ସାମିଲ ହେବ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ ସମରାଭ୍ଯାସ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି। ୭୫୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ତିନିସେନା ମୁଖ୍ୟ ମହାମହିମଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି।