Odisha Link
Bridging the Missing Links in Odisha

ମୋଦିଙ୍କ ମନ ଜିଣିଲା ଓଡ଼ିଶା ପର୍ବ, ଭୁବନେଶ୍ବରରେ କହିଲେ ଇଛା ଥିଲା ଆଉ ଟିକେ ଦେଖିଥାନ୍ତି

ଓଏଲ୍‌ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସସ୍ତରେ ଆସି ଭୁବନେଶ୍ବରରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମୋାଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରେ ବାହାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହ ଓଡ଼ିଆରେ ଓଡ଼ିଶାର ଭାଇ ଭଉଣୀଙ୍କୁ ମୋର ନମସ୍କାର ବୋଲି କହିଥିଲେ।

ଏହାପରେ ନିକଟରେ ଶେଷ ହୋଇଥିବା ଓଡ଼ିଶା ପର୍ବକୁ ଖୁବ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଥିଲେ, ୫ ଦିନ ତଳେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେବାର ସୌଭାଗ୍ୟ ମିଳିଥିଲା। ଓଡ଼ିଶା ପର୍ବରେ ଓଡ଼ିଆ ଐତିହ୍ୟ ଏବଂ ସଂସ୍କୃତିର ଭବ୍ୟ ଦର୍ଶନ, ଓଡ଼ିଶାବାସୀଙ୍କ ଭଲପାଇବା ମୋ ପାଇଁ ସବୁବେଳେ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ। ଏଥିସହିତ ମୋଦି ଆହୁୁରି କହିଥିଲେ ଯେ ଓଡ଼ିଶା ପର୍ବ ଆୟୋଜନ ଖୁବ ଭଲ ଭାବରେ ହୋଇଥିଲା। ତଥାପି ମୁଁ ଧର୍ମେନ୍ଦ୍ରଙ୍କୁ ପାଟି କରିଥିଲି। କାରଣ ଏତେ ବଢ଼ିଆ କାର୍ଯ୍ୟକ୍ରମ ଆୟୋଜନ କରିଛ ମୋତେ କହିଥିଲେ ଆଉ ଟିକେ ସମୟ ଅତିବାହିତ କରିଥାନ୍ତି। ଇଛା ଥିଲା ଆଉ ଟିକେ ଦେଖିଥାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି ତାଙ୍କ ଭାଷଣରେ ଆହୁରି କହିଛନ୍ତି, ଆଜିର କେନ୍ଦ୍ର ସରକାର ଓଡ଼ିଶାର ଗୌରବକୁ ପ୍ରାଥମିକତା ଦେଉଛନ୍ତି। ଚଳିତ ମାସରେ ବାଲି ଯାତ୍ରାର ସଫଳ ଆୟୋଜନ ହୋଇଛି। ଡିଜିପି କନଫରେନ୍ସ ଆୟୋଜନ ପାଇଁ ମୁଁ ଏଠାକୁ ଆସିଛି। ଆମ ଦେଶରେ ଶହେ ବର୍ଷରୁ ଅଧିକ ଧରି ଡିଜିପି କନଫରେନ୍ସ ହେଇଆସୁଛି, କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି। ଚାରି ଦିନ ପରେ ଓଡ଼ିଶାର ପୁରୀରେ ନୌସେନା ଦିବସ ପାଳନ କରାଯିବ। ପୁରୀରେ ନୌସେନା ନିଜ ସାମର୍ଥ୍ୟ ଦେଖାଇବ। ଯେଉଁଥି ପାଇଁ ଓଡ଼ିଶା ସାରା ବିଶ୍ୱର କେନ୍ଦ୍ରରେ ରହିବ।

ସେହିପରି ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯିବ। ସାରା ଦୁନିଆର ଲୋକ ଭୁବନେଶ୍ୱର ଆସିବେ। ଏଠାରୁ ଯେଉଁ ସ୍ମୃତି ନେଇ ଯିବେ, ତାହା ସାରା ଦୁନିଆରେ ପହଞ୍ଚାଇବେ। ଓଡ଼ିଶାକୁ କେବଳ ଦେଶ ନୁହେଁ ଦୁନିଆର ନକ୍ସାରେ ପ୍ରାଥମିକତା ଦେବାକୁ ଚାହୁଁଛି। ଏହିସବୁ ଆୟୋଜନ ଓଡ଼ିଶାକୁ ମିଳୁଥିବା ପ୍ରାଥମିକତାକୁ ଦର୍ଶାଉଛି। ଜନ ଭାଗିଦାରୀରେ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା। ଉତ୍କର୍ଷ ଓଡ଼ିଶା ଜରିଆରେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରାଯାଉଛି ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି।

ସଭା ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଉ କହିଥିଲେ ଯେ ମୁଁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଛି। ଧର୍ମେନ୍ଦ୍ର ଓ ଅନ୍ୟମାନେ କହିବାରୁ ଏଠିକି ଆସିଗଲି। ଆଉ ଆପଣଙ୍କ ଭଲ ପାଇବାର ସୌଭାଗ୍ୟ ଅର୍ଜନ କଲି।

Leave A Reply

Your email address will not be published.