ଆତଙ୍କୀ ପନ୍ନୁର ଧମକ ପରେ ଭୁବନେଶ୍ବର ବିମାନବନ୍ଦରରେ ସନ୍ଦିଗ୍ଧ ବ୍ୟାଗ ଠାବ, ଜଗିଛି ସନ୍ଧାନୀ କୁକୁର
ଓଏଲ୍ ବ୍ୟୁରୋ: ହାଇଆର୍ଲଟରେ ଭୁବନେଶ୍ବର। ଖଲିସ୍ତାନ୍ତୀ ଆତଙ୍କୀ ପନ୍ନୁର ଧମକ ପରେ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି। ଆଜି ସକାଳୁ ଭୁବନେଶ୍ବରରୁ ବିମାନ ଉଡ଼ାଣ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁନର ଧମକ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶନିବାର ଏକ ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଛି। ଯାହାକୁ ନେଇ ସନ୍ଦେହ ଲାଗି ରହିଛି।
ବିମାନବନ୍ଦରରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ) ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି। ବ୍ୟାଗରେ କ’ଣ ଅଛି ତାହାର ତଦାରଖ ଚାଲିଛି। ଶନିବାର ବିମାନବନ୍ଦରରୁ ବିମାନ ଉଡ଼ାଣ ନ କରିବାକୁ ପନ୍ନୁନ ନାମରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା।
ସୂଚନାଥାଉକି, ପ୍ରଥମଥର ପାଇଁ ଓଡ଼ିଶାରେ ହେଉଥିବା ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଟାର୍ଗେଟ। ପ୍ରଥମେ ବୈଠକ ଆରମ୍ଭ ହେବାର ଦିନକ ପୂର୍ବରୁ ଧମକ ଦେଇଥିଲା ପନ୍ନୁ। ଏବେ ବୈଠକର ଦ୍ବିତୀୟ ଦିନରେ ପୁଣିଥରେ ଧମକ ଦେଲା ପନ୍ନୁ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି। ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି।
ଆଜି ସକାଳ ୯ ଟା ୪ମିନିଟ୍ ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏନେଇ ଅକ୍ଷୟ କମିଶନରେଟ୍ ପୁଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ଘଟଣା ସଂପର୍କରେ ପୁଲିସ କମିଶନରଙ୍କୁ ଜଣାଇଛି। ଏନେଇ ଥାନାରେ ଏତଲା ଦେଇଛି।
ମେଲ୍ରେ ଏକ ଅଡିଓ ମେସେଜ୍ ଆସିଛି। ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡିଓରେ କହିଛି ପନ୍ନୁ। ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍ ପରେ ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୋଇନ୍ଦା ବିଭାଗକୁ ଆହୁରି ସଜାଗ ରହିବାକୁ କୁହାଯାଇଛି।
ପ୍ରଥମଥର ପାଇଁ ଓଡ଼ିଶାରେ ହେଉଥିବା ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଟାର୍ଗେଟ। ପ୍ରଥମେ ବୈଠକ ଆରମ୍ଭ ହେବାର ଦିନକ ପୂର୍ବରୁ ଧମକ ଦେଇଥିଲା ପନ୍ନୁ। ଏବେ ବୈଠକର ଦ୍ବିତୀୟ ଦିନରେ ପୁଣିଥରେ ଧମକ ଦେଲା ପନ୍ନୁ। ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି।