Odisha Link
Bridging the Missing Links in Odisha

ଅଣ୍ଡର-୧୯ ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ, ବିଫଳ ହେଲେ ୧୩ ବର୍ଷିୟ ଷ୍ଟାର ଖେଳାଳି

ଓଏଲ୍‌ ବ୍ୟୁରୋ: ଅଣ୍ଡର-୧୯ ଏସିଆ କପ୍‌ରେ ହାରିଲା ଭାରତ। ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନଠୁ ୪୪ ରନରେ ପରାଜିତ ହୋଇଛି ଭାରତ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମୁକାବିଲାରେ ପାକିସ୍ତାନ ଦଳ ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟୀ ହୋଇଛି।

ପାକିସ୍ତାନ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ପାକିସ୍ତାନର ଦୁଇ ଓପନର ଉସମାନ ଖାନ ଓ ସାହଜିବ ଖାନ ଦଳ ପାଇଁ ଦମଦାର ଆରମ୍ଭ କରିଥିଲେ। ଉଭୟେ ଓପନିଂ ପାର୍ଟନରସିପ୍‌ରେ ୧୬୦ ରନ୍‌ ସ୍କୋର କରିଥିଲେ। ଉସମାନ ୬୦ ରନ୍‌ କରି ପ୍ୟାଭିଲିଅନ୍‌ ଯାଇଥିଲେ। ଭାରତକୁ ପ୍ରଥମ ସଫତଳା ଆୟୁଷ ମାଥରେ ଦେଥିଲେ। ପରେ ସାହଜିବ ଖାନ ଦମଦାର ଶତକୀୟ ଇନିଂସ୍‌ ଖେଳି ଥିଲେ। ଯାହାଫଳରେ ପାକିସ୍ତାନ ଦଳ ବଡ଼ ସ୍କାର ଅଭିମୁଖେ ଯାଇଥିଲା। ହେଲେ ମ୍ୟାଚର ୩୦ ଓଭର ପରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ବିଶାଳ ସ୍କୋର କରିବାରେ ରୋକ ଲଗାଇଥିଲେ। ଯାହାଫଳରେ ନିର୍ଦ୍ଧାରିତ ଓଭରରେ ପାକ୍‌ ଦଳ ୭ ଓ୍ବିକେଟ ହରାଇ ୨୮୧ ରନ୍‌ ସ୍କୋର କରିଥିଲା। ଯାହାଫଳରେ ଭାରତୀୟ ଦଳ ଆଗରେ ୨୮୨ ରନ୍‌ର ଟାର୍ଗେଟ ଥିଲା।

୨୮୨ ରନ୍‌ର ଟାର୍ଗେଟକୁ ପିଛା କରିବା ପାଇଁ ଭାରତ ପକ୍ଷରୁ ଆୟୁଷ ମାଥରେ ଓ ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଇନିଂସ୍‌ ଓପନ କରିଥିଲେ। ହେଲେ ବିଶେଷ କିଛି କରି ପାରିନଥିଲେ। ବୈଭବ ୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଆୟୁଷ ୨୦ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିବାର ଭାରତୀୟ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ଓ୍ବିକେଟ ହରାଇ ୨୩୭ ରନ୍‌ରେ ସୀମିତ ରହିଥିଲା। ଯାହାଫଳରେ ପାକିସ୍ତାନ ଦଳ ମ୍ୟାଚକୁ ୪୪ ରନ୍‌ରେ ଜିତି ନେଇଥିଲା।

Leave A Reply

Your email address will not be published.