ଆର୍ଥିକ ଅନୁଦାନ ଖର୍ଚ୍ଚ ପ୍ରସଙ୍ଗ: ଗୃହରେ ସ୍ପଷ୍ଟୋକ୍ତି ରଖିଲେ ମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ୩ ଦିନ ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସରେ ଆଇନ ବିଭାଗ ଉପରେ ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ।
ଗୃହରେ ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ପ୍ରଶ୍ନ କଲେ ବିଧାୟକ ରମେଶ ବେହେରା। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ‘ନିର୍ବାଚନ ଯୋଗୁଁ ଖର୍ଚ୍ଚ ହୋଇ ପାରିଲା ନାହିଁ । ନିର୍ବାଚନ ମେନିଫେଷ୍ଟୋ ପ୍ରତିଶ୍ରୁତି ମୁତାବକ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ସେପଟେ ଏହାକୁ ଆପତ୍ତି ଉଠାଇଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ସେ କହିଛନ୍ତି, ‘ନିର୍ବାଚନ ପରେ ନୂଆ ସରକାର ବଜେଟ ଆଣିଲେ । ଯଦି ଏବେ ଖର୍ଚ୍ଚ କରି ପାରିଲେ ନାହିଁ, ମାର୍ଚ୍ଚ ସୁଦ୍ଧା କଣ ଖର୍ଚ୍ଚ କରିବେ । କେବଳ ଓଡ଼ିଆ ଅସ୍ମିତା କହିଲେ ହେବନି । ଏହାପରେ ଆଇନ ମନ୍ତ୍ରୀ ଉତ୍ତରରେ କହିଲେ ଯେଉଁଭଳି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି ଆମେ ଆଶାବାଦୀ ୧୦୦ ପ୍ରତିଶତ ଆର୍ଥିକ ଅନୁଦାନ ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି।