Odisha Link
Bridging the Missing Links in Odisha

ଦୂର ହେବ ଆଳୁ ଚିନ୍ତା, ଉତ୍ତରପ୍ରଦେଶରୁ ଆସିଲା ଆଳୁ ଗାଡ଼ି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି । ସପ୍ତାହରେ ବଢ଼ିଗଲା ୩୦ ଟଙ୍କା । ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଖୁବଶୀଘ୍ର ଦୂର ହେବ ଆଳୁ ଚିନ୍ତା। କାରଣ ଉତ୍ତରପ୍ରଦେଶରୁ ଆସିବ ୩ ଶହ ଟ୍ରକ୍‌ ଆଳୁ। ଅନ୍ୟପଟେ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ଜଣାଯାଇଛି। ଆଳୁ ଗାଡ଼ି ପହଞ୍ଚିବା ପରେବଜାରରେ ଆଳୁ ଦର ହ୍ରାସ ପାଇବ ବୋଲି ଗ୍ରାହକ ଆଶାବାଦୀ ଅଛନ୍ତି।

ଉତ୍ତରପ୍ରଦେଶରୁରୁ ଗୋଟିଏ ଟ୍ରକ୍ ଆଳୁ ଆଜି ସକାଳେ କଟକ ଛତ୍ର ବଜାରରେ ପହଞ୍ଚିଥିବା ବେଳେ ୪ଟ୍ରକ୍ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ଜଣାଯାଇଛି। ସେହିପରି ଉତ୍ତରପ୍ରଦେଶରୁ ଭୁବନେଶ୍ୱର ଆଇଗିଣିଆ ମାର୍କେଟକୁ ୧୦ରୁ୧୨ ଟ୍ରକ ଆଳୁ ଟ୍ରକ୍‌ ପହଞ୍ଚିଛି। ଅନ୍ୟପଟେ ସପ୍ତାହକରେ ଆଳୁ ଦର କେଜି ପିଛା ୩୦ ଟଙ୍କା ବୃଦ୍ଧି ପାଇଛି।

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି, ଆଜି ସକାଳେ ୪ ଟ୍ରକ୍ ଆଳୁ ପଶ୍ଚିମବଙ୍ଗ ଓ ଗୋଟିଏ ଟ୍ରକ୍ ଆଳୁ ୟୁପିରୁ ଛତ୍ରବଜାରକୁ ଆସିଛି। ସରକାର ୩୦୦ ଟ୍ରକ୍ ଆଳୁ ଟ୍ରକ୍ ୟୁପିରୁ ଆଣିବେ ବୋଲି କହିଛନ୍ତି। ଆଜି ବି ସେ ଗାଡ଼ି ପହଞ୍ଚିଯିବ।

Leave A Reply

Your email address will not be published.