ଆଖିବୁଜିଲା ରାଣୀ, କମିଲା କଲରାପତରିଆ ବାଘ ସଂଖ୍ୟା
ଓଏଲ୍ ବ୍ୟୁରୋ: କମିଲା କଲରାପତରିଆ ବାଘ ସଂଖ୍ୟା। ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଛି। ୭ ବର୍ଷ ବୟସରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଛି। ଗର୍ଭାଶୟରେ ହୋଇଥିବା ସଂକ୍ରମଣ ଯୋଗୁଁଁ ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇ ରାଣୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଗତକାଲି ରାଣୀ ଦିନ ତମାମ ସକ୍ରିୟ ରହିଥିବାବେଳେ ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। ଚିକିତ୍ସା ସମୟରେ ସେ ବାନ୍ତି କରିବା ସହିତ ପ୍ରଜନନ ଅଙ୍ଗରୁ ପୁଜ ନିର୍ଗତ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଏଥିପାଇଁ ୩ ପ୍ରକାରର ଇଞ୍ଜେକ୍ସନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ରାତିରେ ରାଣୀର ଶ୍ୱାସକ୍ରିୟାରେ ସମସ୍ୟା ହେବା ସହିତ ତା’ର ମୃତ୍ୟୁ ଘଟିଥିଲା।