Odisha Link
Bridging the Missing Links in Odisha

ରାଜନୀତିରେ ପାଓ୍ବାରଙ୍କ ରେକର୍ଡ, ୬ଷ୍ଠ ଥର ପାଇଁ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାଭିସ୍‌ ସରକାର। ୩ୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ତାଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଏକନାଥ ସିନ୍ଦେ ଶପଥ ନେଇଛନ୍ତି। ଶପଥ ଓ ଗୋପନୀୟତାର ପାଠ ପଢ଼ାଇଛନ୍ତି ରାଜ୍ୟପାଳ।

ଲଗାତାର ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ କରିଛି। ତେବେ ଏହାରି ଭିତରେ ଏନ୍‌ସିପି ନେତା ଅଜିତ ପାଓ୍ୱାର ରେକର୍ଡ କରିଛନ୍ତି। ସେ ଷଷ୍ଠ ଥର ପାଇଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ନାଁରେ ମହାରାଷ୍ଟ୍ର ରାଜନୀତି ଇତିହାସରେ ନୂଆ ରେକର୍ଡ ଯୋଡି ହୋଇଛି।

ଅଜିତ ପାୱାର ୨୦୨୩ରୁ ମହାୟୁତି ସରକାରରେ ଡେପୁଟି ସିଏମ୍ ଅଛନ୍ତି। ଏହାପୂର୍ବରୁ ୨୦୧୯ରେ ସେ ଦେବେନ୍ଦ୍ର ଫଡନାବିସଙ୍କ ସହ ଶପଥ ନେଇଥିଲେ ଏବଂ ୮୦ ଘଣ୍ଟିଆ ଏନଡିଏ ସରକାରରେ ଡେପୁଟି ସିଏମ ଥିଲେ। ପରେ ସେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରି ମହାବିକାଶ ଆଘାଡିର ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଡେପୁଟି ସିଏମ ହୋଇଥିଲେ।

ବର୍ତ୍ତମାନ ସମୟରେ ୧୪ ରାଜ୍ୟରେ ୨୩ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଭାବେ ଅନୁଗ୍ରହ ନାରାୟଣ ସିହ୍ନା ଶପଥ ନେଇଥିଲେ। ସ୍ୱାଧୀନତା ପରେ ୧୯୫୭ ଜୁଲାଇ ମାସ ପର୍ଯ୍ୟନ୍ତ ସେ ବିହାରର ଡେପୁଟି ସିଏମ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପରେ ୧୯୬୭ରେ କର୍ପୁରୀ ଠାକୁରଙ୍କୁ ବିହାରର ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.