ଗୋଲାପି ଟେଷ୍ଟ: ଭାରତକୁ ପ୍ରଥମ ଝଟକା, ପ୍ରଥମ ବଲ୍ରେ ପ୍ୟାଭିଲିଅନ୍ ଗଲେ ଯଶ୍ବସୀ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟ ମ୍ୟାଚ୍। ଆଡିଲେଡ୍ର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଗୋଲାପି ବଲ୍ ଟେଷ୍ଟ ମ୍ୟାଚ୍। ଭାରତୀୟ ଦଳର ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି କଙ୍ଗାରୁବାହିନୀ। ରୋହିତ ଶର୍ମା ଦଳକୁ ପ୍ରତ୍ୟବର୍ତ୍ତନ କରିଥିବା ବେଳେ ଭାରତୀୟ ଦଳ ୩ଟି ପରିବର୍ତ୍ତନ ସହିତ ଗୋଲାପି ବଲ୍ ଟେଷ୍ଟକୁ ଓହ୍ଲାଇଛି। ମ୍ୟାଚର ପ୍ରଥମ ବଲ୍ରେ ହିଁ ଇନ୍ଫର୍ମ ବ୍ୟାଟସମ୍ୟାନ୍ ଯଶ୍ବସୀ ଜୟଶଓ୍ବାଲଙ୍କୁ ପ୍ୟାଭିଲିଅନ୍ ପଠାଇଛନ୍ତି ମିଚେଲ ଷ୍ଟ୍ରାକ୍।
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଖେଳି ନଥିବା ରୋହିତ ଶର୍ମା, ଶୁଭମନ ଗିଲ୍ ଓ ରବିଚନ୍ଦ୍ରନ ଅଶ୍ବିନୀ ଆଡିଲେଡ୍ରେ ଖେଳୁଛନ୍ତି। ସେହିପରି ପ୍ରଥମ ମ୍ୟାଚ ଖେଳିଥିବା ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ ଓ ଓ୍ବାଶିଂଟନ୍ ସୁନ୍ଦର ଦ୍ବିତୀୟ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ଦଳ ବି ଗୋଟିଏ ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଛି। ଜୋଶ ହେଜଲଉଡ ଆହତ ହୋଇଥିବା କାରଣରୁ ତାଙ୍କ ସ୍ଥାନରେ ସ୍କଟ୍ ବୋଲାଣ୍ଡା ଖେଳୁଛନ୍ତି।
ଭାରତ ଏକାଦଶ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଶୁବମନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ, ରବିଚନ୍ଦ୍ର ଅଶ୍ବିନୀ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଉସ୍ମାନ ଖୱାଜା, ନାଥନ ମ୍ୟାକ୍ସ୍ବିନୀ, ମାର୍ନସ ଲାବୁସେନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ କ୍ୟାରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ୍ ବୋଲାଣ୍ଡ।