ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏଏସଓ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। ବିଜେଡି ସଦସ୍ୟଙ୍କ ପ୍ରତିବାଦ ପରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।
ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ନାରାବାଜି କରିଥିଲେ। ଏଏସଓ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।