Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ହୁଣ୍ଡିକୁ ଆସିଛି ୧୦୦ କୋଟିରୁ ଅଧିକ ଟଙ୍କା

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ପ୍ରତିବର୍ଷ କେତେ ଟଙ୍କା ଆଦାୟ ହେଉଛି? ଏପ୍ରଶ୍ନ ପ୍ରାୟ ସମସ୍ତ ଭକ୍ତଙ୍କ ମନରେ ଆସୁଥିବ ନିଶ୍ଚୟ। ଆଜି ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ବିଧାନସଭାରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଛନ୍ତି ଶ୍ରୀ ହରିଚନ୍ଦନ।

ପୃଥ୍ବୀରାଜ ହରିଚନ୍ଦନ ରଖିଥିବା ଉତ୍ତର ଅନୁଯାୟୀ, ଗତ ନିତି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ପାଖକୁ ଆସିଛି। ୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା ବୋଲି ମନ୍ତ୍ରୀ ଲିଖିତ ଭାବେ କହିଛନ୍ତି।

ସେହିପରି ୨୦୨୧-୨୨ ରେ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଓ ୨୦୨୩-୨୪ ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୭୪ ଟଙ୍କା ମିଳିଛି।

ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିର କୁ ୨୦୨୧-୨୨ ରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ଓ ୨୦୨୩-୨୪ ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ମିଳିଛି।

ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ଓ ୨୦୨୩-୨୪ ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ମିଳିଛି।

Leave A Reply

Your email address will not be published.