ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ
ଓଏଲ୍ ବ୍ୟୁରୋ: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏସବୁ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ। ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ଡାକ୍ତର ଅଭାବ ଥିବା ନେଇ ଗୃହରେ ସ୍ୱୀକାର କରିଛନ୍ତି। ଏହା ସହ ସେ କହିଛନ୍ତି, ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ। ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ। ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ। ଖୁବଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ।