Odisha Link
Bridging the Missing Links in Odisha

ରାଜ୍ୟସଭା ଉପନିର୍ବାଚନ: ଆଜି ନାମାଙ୍କନ ଭରିବେ ସୁଜିତ କୁମାର

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୨୦ ତାରିଖରେ ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ରାଜ୍ୟସଭା ଉପନିର୍ବାଚନ। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ସମୟ ରହିଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ସୁଜିତ କୁମାରଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ଓଡ଼ିଶା ବିଜେପି। ଆଜି ବିଧାନସଭାରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି। ରାଜ୍ୟ ବିଜେପି ପକ୍ଷରୁ ୨ଟି ସେଟ୍‌ ପ୍ରାର୍ଥୀପତ୍ର କିଣା ଯାଇଛି।

ମମତାଙ୍କ ଭଳି ସୁଜିତ କୁମାରଙ୍କୁ ଓଡ଼ିଶା ବିଜେପି ରାଜ୍ୟସଭା ପଠାଇବାକୁ ନେଇଛି ନିଷ୍ପତ୍ତି। ଜୁଲାଇ ମାସନରେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଥିଲେ। ଯାହାପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମମତା ମହନ୍ତଙ୍କ ପ୍ରାର୍ଥୀ କରି ପୁଣିଥରେ ସଂସଦ ପଠାଇଥିଲା ବିଜେପି। ମମତାଙ୍କ ପରେ ସୁଜିତ କୁମାର ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ସେପ୍ଟେମ୍ବର ୬ ତାରିଖରେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ସୁଜିତ। ୨୦୨୦ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ ସୁଜିତ କୁମାର।

ସୂଚନାଥାଉକି, ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧୦ ରହିଛି। ଡିସେମ୍ବର ୧୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ଡିସେମ୍ବର ୧୩ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ। ଆଉ ନିର୍ବାଚିତ ନେତାଙ୍କ ନାମ ଘୋଷଣା କରାଯିବ। ରାଜ୍ୟସଭା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୪ ତାରିଖରେ ଶେଷ ହେବ।

Leave A Reply

Your email address will not be published.