Odisha Link
Bridging the Missing Links in Odisha

କାଳ ସାଜିଛି ଅନ୍‌ଲାଇନ ଟ୍ରେଡିଂ, ଅଦୃଶ୍ୟ ଠକଙ୍କ ଶିକାର ହେଲେ ୪୦ ହଜାର ବ୍ୟକ୍ତି

ଓଏଲ୍‌ ବ୍ୟୁରୋ: କାଳ ସାଜୁଛି ଅନ୍‌ଲାଇନ ଟ୍ରେଡିଂ। ଦିନକୁ ଦିନ ସାଇବର ଠକଙ୍କ ଉତ୍ପାତ ଉପରମୁହାଁ ହେଉଛି। ନାନା ସୋସିଆଲ ମିଡିଆକୁ ଅସ୍ତ୍ର କରି ସାଇବର ଠକ ହଜାର ହଜାର ଲୋକଙ୍କୁ ଫସାଇ ଆଖି ପିଛୁଳାଖେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଯାହାକି ପୁଲିସ ଓ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟଛି। ବର୍ଷକ ମଧ୍ୟରେ ୪୦,୨୭୦ ଜଣ ଅନ୍‌ଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି।

ଆଜି ଗୃହରେ ଅନ୍‌ଲାଇନ ଟ୍ରେଡିଂ ଠକେଇ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ୨୦୧୯ରେ ୧୮, ୨୦୨୦ରେ ୨୮, ୨୦୨୧ରେ ୨୨, ୨୦୨୨ରେ ୧୦୫ ଜଣ ଶିକାର ହୋଇଥିଲେ। ୨୦୨୩ରେ ହଠାତ୍‌ ବଢିଗଲା ଅନ୍‌ଲାଇନ୍‌ ଠକେଇ ଶିକାରର ମାମଲା। ୨୦୨୩ରେ ୧୮ହଜାର ୯୯୪ ଜଣ ଅନ୍‌ଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି। ୨୦୨୪ରେ ଗତ ୧୧ ମାସରେ ଏହି ସଂଖ୍ୟା ୪୦ ହଜାର ୨୭ରେ ପହଞ୍ଚିଛି।

Leave A Reply

Your email address will not be published.