୩ ବର୍ଷରେ ଗଲାଣି ୧୭୮ କଏଦୀଙ୍କ ଜୀବନ, ଗୃହରେ ଉତ୍ତର ଦେଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ଆଜିର ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ଜେଲରେ କଏଦୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ରାଜ୍ୟରେ ୩ ବର୍ଷରେ ଜେଲ୍ ଭିତରେ ୧୭୮ ଜଣଙ୍କର ଜୀବନ ଯାଇଛି। ପ୍ରତି ମୃତ୍ୟୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ତଦନ୍ତ କରାଯାଇଛି। ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।
ସେହିଭଳି ଥାନା ଗଠନ ନେଇ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନୂଆ ଥାନା ଗଠନ ପାଇଁ ୯ଟି ମାନଦଣ୍ଡ ରହିଛି। ରାଜ୍ୟରେ ୧୨୨ଟି ସହରାଞ୍ଚଳ ଫାଣ୍ଡି ସମେତ ମୋଟ ୨୯୫ଟି ଫାଣ୍ଡି ରହିଛି। ରାଜ୍ୟରେ ୬୮୫ ପୁଲିସ ଥାନା ଓ ୧୩୯ ବିଟ୍ ହାଉସ ରହିଛି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।