ମିଛ ବିଜ୍ଞାପନରେ ଚାଲିଥିଲା ଅଫିସ, ଦଲାଲ ୨ ଭାଇଙ୍କୁ ଗିରଫ କଲା ପୁଲିସ
ଓଏଲ୍ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। କେତେବେଳେ ଚାକିରି ଦେବା ବାହାନାରେ ତ କେବେ ଆଡ଼ମିସନ କରିବା ଉପାୟ କହି ଠକେଇ କରୁଛନ୍ତି। ତେବେ ବର୍ତ୍ତମାନ ଚାକିରି ଦେବାକୁ କହି ଠକେଇ କରୁଥିବା ୨ ଭାଇଙ୍କୁ ଗିରଫ କରିଛି ପୁଲିସ।
କଟକରେ ନର୍ସିଂ ଚାକିରି ଦେବା ନାଁରେ ମଧୁପାଟଣାରେ ଅଫିସ ଖୋଲି ଚାକିରି ଦେବା ପାଇଁ ବିଜ୍ଞାପନ ଦେଉଥିଲେ। ୩୦ ଜଣଙ୍କ ଠାରୁ ୧୧ ଲକ୍ଷରୁ ଅଧିକ ଲୁଟିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଦଲାଲ ୨ ଭାଇଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୁଲିସ। ମଧୁପାଟଣାରେ ଅଫିସ ଖୋଲି ଚାକିରି ଦେବା ପାଇଁ ବିଜ୍ଞାପନ ଦେଉଥିଲେ। କାର ସହ ସ୍କୁଟି ଓ କିଛି ନିଯୁକ୍ତି ପତ୍ର ପୁଲିସ ଜବତ କରିଛି।