ବିରାଟଙ୍କୁ ପଛରେ ପକାଇଲେ ନୀତୀଶ, ସଚିନଙ୍କ ରେକର୍ଡର ହେଲେ ସମକକ୍ଷ
ଓଏଲ୍ ବ୍ୟୁରୋ: ଆଡିଲେଡ୍ ଟେଷ୍ଟ ମ୍ୟାଚ୍ ଟିମ୍ ଇଣ୍ଡିଆ ହାରିଛି ସତ। ହେଲେ ଚର୍ଚ୍ଚା ଟିମ୍ ଇଣ୍ଡିଆର ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ନେଇ ହେଉଛି। କାରଣ ନୀତୀଶ କୁମାର ରେଡ୍ଡୀ ଦ୍ବିତୀୟ ଟେଷ୍ଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏଥିସହିତ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।
ଅଷ୍ଟ୍ରେଲିଆ ମାଟିରେ ୨୦୦ ସ୍କୋର ତଳେ ଅଲଆଉଟ ହେବା ମାମଲାରେ ଭାରତୀୟ ବ୍ୟାଟର ଭାବେ ସର୍ବାଧିକ ସ୍କୋର ନୀତୀଶ କୁମାର ରେଡ୍ଡୀଙ୍କ ନାମରେ ରହିଛି। ସଚିନ ତେନ୍ଦୁଲକର ୩ଥର ଏଭଳି କାରନାମା କରିଛନ୍ତି। ସେହିପରି ଅଷ୍ଟ୍ରେଲିଆରେ ୨୦୦ ତଳେ ଅଲଆଉଟ୍ ହୋଇଥିବା ଭାରତୀୟ ଦଳ ପକ୍ଷରୁ ୨ ଥର ସର୍ବୋଚ୍ଚ ସ୍କୋରର ହୋଇଛନ୍ତି ବିରାଟ କୋହଲି।
ଅଷ୍ଟ୍ରେଲିଆରେ ଡେବ୍ୟୁ କରିଥିବା ନୀତୀଶ କୁମାର ରେଡ୍ଡୀ ଦ୍ବିତୀୟ ମୁକାବିଲାରେ ହିଁ ବିରାଟଙ୍କୁ ପଛରେ ପକାଇବା ସହିତ ସଚିତ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି। ନୀତୀଶ କୁମାର ଟେଷ୍ଟ କ୍ରିକେଟରେ ମାତ୍ର ୪ଟି ଇନିଂସ୍ ଖେଳିଛନ୍ତି। ସେ ମଧ୍ୟରୁ ୩ଟି ଇନିଂସ୍ରେ ଭାରତୀୟ ଦଳ ୨୦୦ ରନ୍ ତଳକୁ ଅଲଆଉଟ୍ ହୋଇଛି। ଆଉ ସେହି ୩ଟି ଯାକ ଇନିଂସ୍ରେ ନୀତୀଶ କୁମାର ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି।