ସ୍ୱଚ୍ଛ ଭାରତ ମିଶନ: ରାଜ୍ୟରେ ଶୌଚାଳୟ ପାଇଛନ୍ତି ୭୪ ଲକ୍ଷ ହିତାଧିକାରୀ
ଓଏଲ୍ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି। ଏସବୁ ଭିତରେ ସ୍ୱଚ୍ଛ ଭାରତ ମିଶନ ଯୋଜନାକୁ ଗୃହରେ ମନ୍ତ୍ରୀ ଉତ୍ତର ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷ ୩୪ ହଜାର ୩୪୮ ଜଣ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଶୌଚାଳୟ ପାଇଛନ୍ତି।
ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୫ ଲକ୍ଷ ୩୭ ହଜାର ୨୧୪ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଶୌଚାଳୟ ପାଇଛନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୭୩ ହଜାର ୭୮୩ ଜଣ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ପାଇଛନ୍ତି। ଏନେଇ ବିଧାନସଭାରେ ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଉତ୍ତର ରଖିଛନ୍ତି।