Odisha Link
Bridging the Missing Links in Odisha

ଉତ୍କର୍ଷ ଓଡ଼ିଶାର ସହଯୋଗୀ ହେବ ସିଙ୍ଗାପୁର, ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଆୟୋଜିତ କାର୍ଯ୍ୟକ୍ରମର ସହଯୋଗୀ ହେବ ସିଙ୍ଗାପୁର। ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି। ଓଡ଼ିଶା ଆସିବା ନେଇ ସିଙ୍ଗାପୁର ହାଇକମିଶନର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଜଣାଇଲେ ହାଇକମିଶନର।

ସୂଚନା ଅନୁସାରେ, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ରେ ରାଜ୍ୟର ଅନୁକୂଳ ବ୍ୟବସାୟ ପରିବେଶ, ପ୍ରମୁଖ କ୍ଷେତ୍ର ଓ ନୂଆ ସୁଯୋଗ ଉପରେ ଆଲୋକପାତ କରାଯିବ। ଏହା ବିଶ୍ବସ୍ତରୀୟ ନିବେଶକମାନଙ୍କୁ ଆକୃଷ୍ଟ କରିବା ସହ ସମୃଦ୍ଧ ଉତ୍କଳୀୟ ପରମ୍ପରାର ବିକାଶ ପାଇଁ ପ୍ରୟାସ କରିବ। ଏଥି ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.