ସିରିୟାରେ ଗୃହଯୁଦ୍ଧ, ଏୟାରଲିଫ୍ଟ ହେଲେ ୭୫ ଭାରତୀୟ
ଓଏଲ୍ ବ୍ୟୁରୋ: ସିରିୟାରେ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ସିରିଆ ଗସ୍ତ ନେଇ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି। ଭାରତ ସରକାର ଆଡଭାଇଜରୀ ଜାରି କରିଛନ୍ତି।
ଭାରତ ସରକାରଙ୍କ ଆଡଭାଇଜରୀ ଯାଇ କରିବା ପରେ ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କରିଛି। ଲେବାନନ୍ ରାସ୍ତା ଦେଇ ଭାରତ ଫେରୁଥିବା ସୂଚନା ରହିଛି। ଏୟାରଲିଫ୍ଟ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି।
ଜାରି ହୋଇଥିବା ଆଡଭାଇଜରୀ ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି। ସିରିଆରେ ଥିବା ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି।