‘ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ୍, ପଶ୍ଚିମବଙ୍ଗ କରୁଛି ବ୍ଲାକମେଲ୍’
ଓଏଲ୍ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି। ଏସବୁ ଭିତରେ ପୁଣି ଗୃହରେ ଆଳୁ ପ୍ରସଙ୍ଗ ସୃଷ୍ଟି ହୋଇଛି। କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି। ଓଡ଼ିଶାରେ ଆଳୁ ଉତ୍ପାଦନ କରି ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର। ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି। ୧୫ ହଜାର ୨୩ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା ହୋଇଛି। ଆଳୁ ଗଚ୍ଛିତ ରଖିବାକୁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।