୫ ଦୋକାନୀ ବିକୁଥିଲେ ନକଲି ସୁନା, ଗୃହରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସୁନା ଦର ବୃଦ୍ଧି ପାଉଥିବାବେଳେ ଗୃହରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ରାଜ୍ୟର ୫ ଦୋକାନୀ ନକଲି ସୁନା ବିକୁଥିଲେ। ନକଲି ହଲମାର୍କ ପାଇଁ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି। ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ର ରାଧାକାନ୍ତ, ସମ୍ବଲପୁର ଅଳଙ୍କାର ଜୁଏଲର୍ସ ନକଲି ସୁନା ବିକ୍ରି ନେଇ ଲାଇସେନ୍ସ ବାତିଲ ହୋଇଛି। ୨୦୨୨-୨୩ରେ ମାପକ ତ୍ରୁଟି ଯୋଗୁଁ ୬ଟି ମାମଲା ରୁଜୁ ହୋଇଥିବାବେଳେ ୨୩୫୦୦ ଫାଇନ୍ ହୋଇଛି। ୨୦୨୩-୨୪ରେ ୬ଟି ମାମଲା ହୋଇଥିବାବେଳେ ୧ ଲକ୍ଷ ୫୫ ହଜାର ଫାଇନ ହୋଇଛି। ୨୦୨୪-୨୫ ନଭେମ୍ବର ସୁଦ୍ଧା ୪ଟି ମାମଲା ହୋଇଥିବାବେଳେ ୪୮ ହଜାର ଫାଇନ ଆଦାୟ କରାଯାଇଛି।