‘ମୋ ମାତୃଭାଷା ମହାନ୍, ଆଞ୍ଚଳିକ ଭାଷାକୁ ଗୁରୁତ୍ଵ ଦେଉଛନ୍ତି ସରକାର’
ଓଏଲ୍ ବ୍ୟୁରୋ: ମୋ ମାତୃଭାଷା ମହାନ୍ ବୋଲି ଗର୍ବ କରିବା। ଭାଷାର ପ୍ରଚାର ପ୍ରସାର ଦିଗରେ ଆମ ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ଆଜି ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ସ୍ମାର୍ଟ ସ୍କୁଲକୁ ଯିବା ପୂର୍ବରୁ ପ୍ରାଥମିକ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଚିନ୍ତା, ଚେତନାକୁ ସାମ୍ନାକୁ ଆଣିବା। ଶିକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତି କରିବା ପାଇଁ ପଦକ୍ଷେପ ନିଆଯାଉଛି। ମାତୃଭାଷାକୁ ଗୁରୁତ୍ଵ ଦେବା, ମୋ ଭାଷା ମହାନ୍ ବୋଲି ଗର୍ବ କରିବା।
ଆମ ଭାଷା ସବୁବେଳେ ଇତିହାସ, ସଂସ୍କୃତି ଓ ପରମ୍ପରାର ରକ୍ଷା କରିଆସୁଛି। ପୂର୍ବରୁ ସଂକଟରେ ଥିବା ଓଡ଼ିଆ ଅସ୍ମିତାକୁ ରକ୍ଷା କରୁଛୁ, ଆଗକୁ କରିବୁ। ଏବେ ସରକାରୀ କାମ ଓଡ଼ିଆରେ ହିଁ ହେବ। ଏବେ ସରକାରୀ କାମ ଓଡ଼ିଆରେ ହେବ, ବହୁ ବିଭାଗର କାମ ଓଡ଼ିଆରେ ଆରମ୍ଭ ହୋଇଛି। ଓଡ଼ିଶା ଭାଷାର ଉନ୍ନତି ପାଇଁ କୋଟିକୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆଞ୍ଚଳିକ ଭାଷାକୁ ଆମ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।