Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୭ ମାଓବାଦୀ ନିହତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡା-ନାରାୟଣପୁର ସୀମାରେ ଜାରି ରହିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୭ ମାଓବାଦୀ ନିହତ ହୋଇଛନ୍ତି। ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ମୁହାଁମୁହିଁ ବେଳେ ୭ ମାଓବାଦୀ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରାଜ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଅବୁଝମାଡ଼ ଜଙ୍ଗଲରେ ଭୋରରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ଭୋରରୁ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ନେଇ ବସ୍ତର ପୁଲିସ ସୂଚନା ଦେଇଥିଲା। ଗୁଳି ବିନିମୟ ସହ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ୭ ମାଓବାଦୀ ନିପାତ ହୋଇଛନ୍ତି।

Leave A Reply

Your email address will not be published.