ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ଓଏଲ୍ ବ୍ୟୁରୋ: ସୁଦୃଢ଼ ହେବ ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ବିଭାଗ। ୩୭୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ୮୫ ହୋମିଓପାଥିକ ମେଡିକାଲ ଅଫିସର, ୨୩୯ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବାବେଳେ ୫୨ ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ବର୍ଷରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ। ରାଜ୍ୟରେ ବର୍ତ୍ତମାନ ୧୨ଟି ମେଡିକାଲ କଲେଜ ଅଛି। ଯେଉଁ ଜିଲ୍ଲାରେ ନାହିଁ ୫ବର୍ଷ ମଧ୍ୟରେ ହେବ। ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।