Odisha Link
Bridging the Missing Links in Odisha

ସମୁଦ୍ର ବେଳାଭୂମିରେ ବନୀକରଣ ସୃଷ୍ଟି ପାଇଁ ପଦକ୍ଷେପ, ମନ୍ତ୍ରୀ କହିଲେ..

ଓଏଲ୍‌ ବ୍ୟୁରୋ: ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର ସମସ୍ତ ଉପାଦାନ ପ୍ରଦୂଷିତ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ, ପରିବେଶ ପ୍ରଦୂଷଣ ପାଇଁ ଏହି ପୃଥିବୀରୁ ଦିନେ ସମସ୍ତ ପ୍ରାଣୀ ନିଶ୍ଚିହ୍ନ ହୋଇଯିବେ। ଅସଂଖ୍ୟ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବା ବେଳେ ସେଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଜଳାଧାରରେ ପ୍ରବେଶ କରି ଜଳକୁ ପ୍ରଦୂଷିତ କରୁଛି। ରାସାୟନିକ ସାରର ବହୁଳ ପ୍ରୟୋଗ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ମାଟିକୁ ପ୍ରଦୂଷିତ କରୁଛି ଓ କୃତ୍ରିମ ଉଚ୍ଚ ଶବ୍ଦ ସୃଷ୍ଟି ଆକାଶକୁ ପ୍ରଭାବିତ କରୁଛି। ଏସବୁକୁ ନଜରରେ ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପରିବେଶ ସୁରକ୍ଷା ନେଇ ବୟାନ ରଖିଛନ୍ତି।

ସମୁଦ୍ର ବେଳାଭୂମିରେ ବନୀକରଣ ସୃଷ୍ଟି ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ପ୍ରୋଜେକ୍ଟ ମନିଟରିଂ କମିଟି ଦ୍ଵାରା ଏହା ଉପରେ କାର୍ଯ୍ୟ କରାଯାଉଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରିଥିବା ବୈଜ୍ଞାନିକଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହେଉଛି। ସମୁଦ୍ର ବେଳାଭୂମିରେ ବ୍ୟାପକ ପରିମାଣର ଝାଉଁ ଓ ବରଗଛ ଲଗାଯିବ। ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦାନ କରିଥିବା ଅର୍ଥରେ ରୋଡ ନିର୍ମାଣ ଓ ଝାଉଁ ଗଛ ଲଗାଯାଉଛି ବୋଲି ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି।

Leave A Reply

Your email address will not be published.