ଅତିଷ୍ଟ କଲା ରୋଗ! ଏମ୍ସରୁ ଉଦ୍ଧାର ହେଲା ରୋଗୀଙ୍କ ଝୁଲନ୍ତା ମୃତଦେହ
ଓଏଲ୍ ବ୍ୟୁରୋ: ସରକାରଙ୍କ ନିରାମୟଠୁ ଆରମ୍ଭ କରି ବିଭିନ୍ନ ଯୋଜନା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରୁଛି। ପୂର୍ବରୁ ଡାକ୍ତର, ଚିକିତ୍ସାଳୟ ଏବଂ ଔଷଧର ଅଭାବ ହେଉଥିବାବେଳେ ଏବେ ତାହା ଆଉ ନାହିଁ। ଡାକ୍ତରଖାନାଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ସୁବିଧା ଉପଲବ୍ଧ ହେଲାଣି। ହେଲେ ରୋଗୀକୁ ରୋଗ ଅତିଷ୍ଟ କରିବା ପିଛା ଛାଡ଼ୁନି। ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି। ଅର୍ଥୋପେଡିକ୍ ୱାର୍ଡରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ୭୦ ବର୍ଷୀୟ ବୃଦ୍ଧ, ଯାଜପୁର ଜିଲ୍ଲା ଅଟଳପୁର ଅଞ୍ଚଳର ବୋଲି ଜଣା ପଡିଛି। ଡିସେମ୍ବର ୫ରେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ।