Odisha Link
Bridging the Missing Links in Odisha

ଶୀତରେ ଥରୁଛି ଓଡ଼ିଶା, ଚାଷୀର ଚିନ୍ତା ବଢ଼ାଇଛି ମେଘୁଆ ପାଗ

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି। ଲଘୁଚାପ ପରେ ବର୍ଷା ଆକଳନ ହେବାରୁ ଫସଲ ନେଇ ଚାଷୀର ଚିନ୍ତା ବଢିଛି।

ଶୀତକାକରରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଆହୁରି ଶୀତ ବଢିବା ନେଇ ସୂଚନା ରହିଛି। ଶୀତର ପ୍ରକୋପ ଯୋଗୁ ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରହିଛି। ଅଭୟାରଣ୍ୟର କୋର ଇଲାକାର ଥିବା ଆପାର ବାରାହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.