ଖୁବ୍ଶୀଘ୍ର ସବୁ ଅଭୟାରଣ୍ୟରେ ଲାଗିବ ସ୍ପାଏ କ୍ୟାମେରା: ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଦେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା। ଶିକାରୀଙ୍କୁ ଧରିବାକୁ ଏବେ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବିଭାଗ ଗୁରୁତ୍ବ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଲାଗିଛି। ଖୁବ୍ଶୀଘ୍ର ଦେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ। ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ AI କ୍ୟାମେରା ବୋଲି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।
ସମୁଦ୍ର ବେଳାଭୂମିରେ ବନୀକରଣ ସୃଷ୍ଟି ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ପ୍ରୋଜେକ୍ଟ ମନିଟରିଂ କମିଟି ଦ୍ଵାରା ଏହା ଉପରେ କାର୍ଯ୍ୟ କରାଯାଉଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରିଥିବା ବୈଜ୍ଞାନିକଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହେଉଛି। ସମୁଦ୍ର ବେଳାଭୂମିରେ ବ୍ୟାପକ ପରିମାଣର ଝାଉଁ ଓ ବରଗଛ ଲଗାଯିବ। ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦାନ କରିଥିବା ଅର୍ଥରେ ରୋଡ ନିର୍ମାଣ ଓ ଝାଉଁ ଗଛ ଲଗାଯାଉଛି ବୋଲି ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି।