ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟା ଘଟଣା: ସୁଧୁରୁନି ଗୁରୁତର ଶିଶୁର ସ୍ବାସ୍ଥ୍ୟାବସ୍ଥା
ଓଏଲ୍ ବ୍ୟୁରୋ: ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ସେହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ ଗିରଫ କରିଥିଲା। ଦଳାଚକଟାରେ ଗୁରୁତର ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଏବେ ଭେଣ୍ଟିଲେଟରରେ ଗୁରୁତର ଶିଶୁ ତେଜ୍। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନା ଅନୁସାରେ, ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମାଲାରେ ପୁଷ୍ପା-୨ ଅଭିନେତା ଅଲ୍ଲୁ ଅର୍ଜୁନ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ। ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ପୁଷ୍ପା-୨ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଅଲ୍ଲୁ। ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ। ଏପରିକି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସେ ବ୍ୟକ୍ତିଗତ ଭାବେ ଯାଇ ଭେଟିବେ ବୋଲି ମଧ୍ୟ ଜଣାଇଥିଲେ।
ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଡିସେମ୍ବର-୫ ତାରିଖରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ୨ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା। ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ମୃତ ମହିଳାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି।