ସଂସଦରେ କଂଗ୍ରେସର ଜୟ ଭୀମ ନାରା, ବିଜେପି କଲା କାଉଣ୍ଟର
ଓଏଲ୍ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନର ୧୮ତମ ଦିନରେ କଂଗ୍ରେସର ହଙ୍ଗାମା। ଗୃହର ଦୁଇ ସଦନ ଲୋକସଭା ଓ ରାଜ୍ୟସଭାରେ ଆମ୍ବେଦକରଙ୍କୁ ଅପମାନ କରାଯବା ପ୍ରସଙ୍ଗରେ ହଙ୍ଗାମା କରୁଛି କଂଗ୍ରେସ। ଗୃହରେ ଜୟଭୀମ ନାରା ପକାଇଥିଲେ କଂଗ୍ରେସ ସାଂସଦ।
କଂଗ୍ରେସ ଓ ଅନ୍ୟ ବିପକ୍ଷ ଦଳର ସାଂସଦ ଅଭିଯୋଗ କରିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ବାବା ସାହେବ ଆମ୍ବେଦକରଙ୍କର ଅପମାନ କରିଛନ୍ତି। ମଙ୍ଗଳବାର ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ସମ୍ବିଧାନ ଚର୍ଚ୍ଚାରେ ଭାଗ ନେଇଥିଲେ। ସେହି ସମୟରେ ସେ କହିଥିଲେ, କଂଗ୍ରେସ ଯେତେଥର ଆମ୍ବେଦକରଙ୍କ ନାମ ନେଉଛି, ଯଦି ସେତେଥର ଭଗବାନଙ୍କ ନାମ ନିଅନ୍ତେ ତେବେ ସ୍ବର୍ଗରରେ ସ୍ଥାନ ମିଳନ୍ତା।
ଗୃହମନ୍ତ୍ରୀଙ୍କ ବୟାନକୁ ବିରୋଧ କରି କଂଗ୍ରେସ ସାଂସଦ ସଂସଦ ଗେଟ୍ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ଆଗ ଧାଡ଼ିର ନେତା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଅଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି, କଂଗ୍ରେସର ଅପମାନ କରିବାର ଇତିହାସ ରହିଛି।