ପଡ଼ିଗଲେ ପ୍ରତାପ, ସଫେଇ ଦେଲେ ରାହୁଲ
ଓଏଲ୍ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ତଳେ ପଡ଼ିଗଲେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଗୃହରେ ଥିବା ବେଳେ ସିଢ଼ିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ।
ସିଢ଼ିରୁ ପଡିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସଂସଦରେ ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ିଗଲି ବୋଲି ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
ଅନ୍ୟପଟେ, ଘଟଣା ସଂପର୍କରେ ସଫେଇ ଦେଇଛନ୍ତି ରାହୁଲ ଗାନ୍ଧି। ମକର ଦ୍ୱାର ପଟେ ସଂସଦ ଭିତରକୁ ଯିବା ପାଇଁ ରୋକାଯାଉଥିଲା। ଏହି ସମୟରେ ଠେଲାପେଲା ହୋଇଥିଲା। ଠେଲାପେଲା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ପଡ଼ି ଯାଇଥିଲେ।
ମଲ୍ଲୀକାର୍ଜୁନ ଖଡ଼ଗେ କହିଛନ୍ତି, ସଂସଦରେ ବିଜେପି ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଜୋରସୋର ବିରୋଧ କରିଥିଲେ। ପ୍ରବଳ ହଟଗୋଳ କାରଣରୁ ଉଭୟ ରାଜ୍ୟସଭା ଓ ଲୋକସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।