ଶ୍ରୀମନ୍ଦିରରେ ଲାଗୁ ହେବ ଡ୍ରେସକୋଡ୍ ବ୍ୟବସ୍ଥା, ସୁପକାରଙ୍କ ପାଇଁ ନୂଆ କଟକଣା
ଓଏଲ୍ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କଟକଣା ଓ ଶ୍ରୀମନ୍ଦିର ପାନଗୁଟଖା ବ୍ୟାନ ପରେ ପଲିଥିନ ନିଷେଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା।
ଏବେ ଆନନ୍ଦବଜାରରେ ଲାଗୁ ହେବ ନୂଆ ଡ୍ରେସକୋଡ ବ୍ୟବସ୍ଥା। ଗେରୁଆ ରଙ୍ଗର ପୋଷାକ ପିନ୍ଧିବେ ସୁପକାରଙ୍କ ସହାୟକ। ଆସନ୍ତା ୨୫ରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆସିବେ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ତଦାରଖ ଓ ବିଶୃଙ୍ଖଳା ରୋକିବାକୁ କର୍ମଚାରୀ ନିଯୁକ୍ତ କରାଯାଇଛି। ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ କଟକଣା ଜାରି ହୋଇଛି।