ବରଗଡ଼ରେ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ସାମିଲ ହେଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ୫୧ତମ ‘ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ବରଗଡ଼ ଠାରେ ଆୟୋଜିତ ହୋଇଛି। ଆୟୋଜିତ ୫୧ତମ ‘ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫’ ରେ ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଅଶ୍ୱିନ ଷଡଙ୍ଗୀ, ଭଟଲି ବିଧାୟକ ଇରାଶିଶ୍ ଆଚାର୍ଯ୍ୟ ଏବଂ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟିକା ବର୍ଷ ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଅନେକ ପ୍ରୋଜେକ୍ଟ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଜ୍ଞାନକୁ ଚିହ୍ନିବା ଏବଂ ତାକୁ ଉତ୍ସାହିତ କରି ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି ମନ୍ତ୍ରୀ କହିଛନ୍ତି।